ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-

ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-

୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ । ସୂଚନାଅନୁସାରେ, ୨୦୦୨ ମସିହାରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ରଇପୁର ଗାଁର ସୁବାସ ପଡୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଏସିଡ ମାଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ସୁବାସ ବେହେରା ନାଁରେ ଧୂଷୁରୀ ଥାନାରେ ୨୫/୨୦୦୨ ନମ୍ବର ଓ ଜିଆର କେସ୍ ନମ୍ବର ୨୮୩ / ୨୦୦୨ରେ ମାମଲା କରାଯାଇଥିଲା । ତେବେ ଘଟଣା ପରେ ଅଭିଯୁକ୍ତ ଫେରାର ଥିଲା । ଧୂଷୁରୀ ପୋଲିସ ସୁବାସକୁ ଗିରଫ କରି ପଚରାଉଚରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *