କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣା କୁ ମଧ୍ୟ କଡାକଡି କରାଯାଇଛି । ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ବର୍ତମାନ ଦେଶ ଭିତରେ ଯେଉଁ ରାଜ୍ୟ ଗୁଡିକରେ କରୋନାର ନୂଆ ଷ୍ଟ୍ରେନ୍ ତାଣ୍ଡବ ରଚିବା ଆରମ୍ଭ କରିଛି ସେମାନଙ୍କର ଓଡ଼ିଶା ଯାତ୍ରା ଉପରେ ବି ନଜର ରଖିବେ ରାଜ୍ୟ ସରକାର । ବିଶେଷ କରି ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ଏୟାରପୋର୍ଟ ଅଥୋରିଟି ଓ ରେଲୱେ ଡିଜି ଙ୍କୁ ଚିଠି ଲେଖାଯାଇଛି ।
ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଲୋକ ମାନଙ୍କ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ ମହାପାତ୍ର ଚିଠି ଚିଠି କରିଛନ୍ତି । ବର୍ତମାନ ମହାରାଷ୍ଟ୍ର, କେରଳ ଭଳି ରାଜ୍ୟ ଗୁଡିକରେ ନୂଆ କରୋନା ଷ୍ଟ୍ରେନ୍ ର ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସେହି ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକଙ୍କ ଠାରୁ ଅଧିକ ସଂକ୍ରମଣର ଭୟ ରହିଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
