ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍ଲାଇନ । ଗାଇଡ୍ଲାଇନ୍ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି । ଅଭିଯୋଗ ଆସିଲେ ତଦନ୍ତ କରି ନିଆଯିବ କାର୍ଯ୍ୟାନୁଷ୍ଠାନ । 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ । ଆସନ୍ତା 3 ମାସ ମଧ୍ୟରେ ଲାଗୁ ହେବ ଏହି ନିୟମ ।
OTT ଏବଂ ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ଉପରେ ନଜର ରଖାଯିବ । ଫେକ୍ ନ୍ୟୁଜ୍ ଉପରେ ବି ୩ଟି ସ୍ତରରେ ନଜର ରଖାଯିବ । ଅଭିଯୋଗ ଆସିଲେ 24 ଘଣ୍ଟା ଭିତରେ ଗ୍ରହଣ କରାଯିବ ଓ 15 ଦିନ ଭିତରେ ସମାଧାନ ହେବା ଜରୁରୀ । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ମୁଖ୍ୟ ଅଧିକାରୀ ରଖିବେ । ପ୍ରତି ମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧିକାରୀ । ଆଇନ ବ୍ୟବସ୍ଥା ସହ ଯୋଗସୂତ୍ର ପାଇଁ ନୋଡାଲ ଅଧିକାରୀ ବି ନିଯୁକ୍ତ ହେବେ । ବଡ ସୋସିଆଲ ମିଡିଆରେ ଜଣେ କମ୍ପ୍ଲାଏନ୍ସ ଅଫିସର ଭାରତରେ ରହିବେ । କୌଣସି ସନ୍ଦିଗ୍ଧ ଟ୍ୱିଟ କିମ୍ବା ମେସେଜ ଆସିଲେ ସ୍ରଷ୍ଟାର ତଥ୍ୟ ଦେବା ଜରୁରୀ । 3 ମାସ ଭିତରେ କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ନିୟମାବଳୀ । ନିୟମ ଖିଲାପ କଲେ ଅତି କମ୍ରେ 5 ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିବ । ସୋସିଆଲ ମିଡିଆ ପାଇଁ ଏକ ତିନି ସ୍ତରୀୟ ବର୍ଗ ସୃଷ୍ଟି ହେବ । U, UA7, UA13 ବର୍ଗ ରହିବ ।
ସୋଲିଆଲ ମିଡିଆକୁ ଭାରତରେ ସ୍ୱାଗତ କରାଯାଇଛି । କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ଦେଶରେ ସର୍ବପ୍ରଥମେ କିଏ ଦୋଷ କଲେ ତାହା ଜଣାଇବାକୁ ପଡ଼ିବ । ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବାକୁ ପଦକ୍ଷେପ । ଗୁଜବ ପ୍ରଚାର କରିବା ଡିଜିଟାଲ ମିଡିଆ ପୋର୍ଟାଲର ସ୍ୱାଧୀନତା ନୁହେଁ । ସବୁ ଓଟିଟି ବା ଡିଜିଟାଲ ମିଡିଆ ସେଲଫ ରେଗୁଲେଟରୀ ବଡି ରଖିବେ । ଜଣ ଅବସରପ୍ରାପ୍ତ ବିଚାରପତି ସେଥିରେ ରହିବେ । ଓଟିଟି ପାଇଁ ସେଲଫ କ୍ଲାସିଫିକେସନ ବ୍ୟବସ୍ଥା ରହିବ । ଓଟିଟିରେ ଚାଇଲ୍ଡ ଲକ ସିଷ୍ଟମ ସହ ଏଜ ଗ୍ରୁପ ରହିବ ।
