ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର

ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର

ଗଞ୍ଜେଇ ଚାଲାଣର ନୂଆ ତରିକା  । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୩୮ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ ଲମତାପୁଟରୁ ୭୩୮ କେଜି ଗଞ୍ଜେଇ ଜବତ କରିଛି  । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ହେବ । ଲମତାପୁଟ ଦେଇ ଜୟପୁର ଆସୁଥିବା ସବୁଜ ଜହରକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ୪୦ ହଜାର ଟଙ୍କା ଜବତ କରିବା ସହ ୨୮୦ ପେକେଟ ଅଦା ଜବତ ହୋଇଛି  । ଏହା ସହ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଗୋଟିଏ ଟ୍ରକ UP-72-AT-2170 ଏବଂ ତିନି ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *