ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍: ଗଣଶିକ୍ଷା ବିଭାଗ

ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍: ଗଣଶିକ୍ଷା ବିଭାଗ

ବଢ଼ୁଛି ଖରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମାର୍ଚ୍ଚ ପହିଲାରୁ ବଦଳିବ ସ୍କୁଲ ସମୟ । ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । 

ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ ୧ ଟା ଯାଏଁ  କ୍ଲାସ୍  ହେବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି ପଠାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସବୁ ସ୍କୁଲରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ରହିଛି । 

ସ୍କୁଲ ନିକଟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ORS ଆଣି ସ୍କୁଲରେ ରଖିବାକୁ ନିର୍ଦ୍ଦେଶ ରହିଛି ।  ସ୍କୁଲ ବସ୍‌ ଉପଲବ୍ଧ ଥିଲେ ପିଲାଙ୍କ ଯାତାୟାତ ବ୍ୟବସ୍ଥା କରାଯିବ । ଖରା ଯୋଗୁଁ ଛାତ୍ରଛାତ୍ରୀ ପାଣି ବୋତଲ ଆଣିବେ । 

Leave a Reply

Your email address will not be published. Required fields are marked *