ରାଜ୍ୟରେ ୧୦୯୯ ପଦବୀ ଖାଲି ପଡିଛି, ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ –

ରାଜ୍ୟରେ ୧୦୯୯ ପଦବୀ ଖାଲି ପଡିଛି, ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ –

ବିଧାନସଭାରେ ଉଠିଲା ଏଏନଏମ ନିଯୁକ୍ତି ପ୍ରସଙ୍ଗ  । ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ଗୃହରେ ଆଜି ଏଏନଏମ ନିଯୁକ୍ତି ପ୍ରସଙ୍ଗରେ ବିବୃତି ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ  ।

ଆଜି ଗୃହରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ବିବ଼ତି ରଖି କହିଛନ୍ତି, ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ୧୦୯୯ ଏଏନଏମ ପଦବୀ ଖାଲି ଖାଲିରହିଛି  । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଏନଏମଙ୍କୁ ସର୍ତ୍ତଭିତ୍ତିକ ନିଯୁକ୍ତି ଦିଆଯାଇଥିଲା  । ଦୀର୍ଘମାସ ହେଲା ଲୋୟର ପିଏମଜିରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ କରି ଆନ୍ଦୋଳନରେ ବସିଛନ୍ତି ଏଏନଏମ କର୍ମୀ । ରାଜ୍ୟ ସରକାର ଦରକାର ବେଳେ କୋଭିଡ ସମୟରେ ଏଏନଏମ ମାନଙ୍କୁ ନିଯୁକ୍ତି ଦେଇଥିଲେ, କାମ ସରିବା ପରେ କାମରୁ ବାହାର କରିଦେଇଥିବା ଅଭିଯୋଗ ଥିଲା  ।

Leave a Reply

Your email address will not be published. Required fields are marked *