ବଦଳିଛି ପାଗ । ଶୀତ ସରିବା ସହ ଆରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । କଲବଲ କରୁଛି ତାତି । ଏବେଠୁ ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନ ପ୍ରଭାବିତ କରୁଛି। 40 ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା । ଆଜି ଭୁବନେଶ୍ବରର ତାପାମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ବାରିପଦା ୩୮.୬,ଅନୁଗୁଳ ୩୮.୧, ବଲାଙ୍ଗିର ୩୮ ଓ ନୟାଗଡର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି ।


