ଓଡିଶା ମହିଳା ଫୁଟବଲ ଲିଗ ଆସନ୍ତାକାଲି ଠାରୁ ଆରମ୍ଭ ହେବ –

ଓଡିଶା ମହିଳା ଫୁଟବଲ ଲିଗ ଆସନ୍ତାକାଲି ଠାରୁ ଆରମ୍ଭ ହେବ –

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ମହିଳା ଫୁଟବଲ ଲିଗ ୨୦୨୦-୨୦୨୧ । ଏହି ଟୁର୍ଣ୍ଣାମେଣ୍ଟ ରାଜଧାନୀର କଳିଙ୍ଗ ଷ୍ଟାଡିଅମ ଏବଂ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ । ଆଜି ଏନେଇ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରାଯାଇ ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ଛଅଟି ଦଳର ଜର୍ସି ଲଞ୍ଚ କରାଯାଇଛି । ଏହି ସାମ୍ବାଦିକ ସମିଳନୀରେ କ୍ରୀଡା ସଚିବ ଭିସାଲ ଦେବ, ଫୁଟବଲ ଆସୋସିଏସନ ଅଫ ଓଡିଶାର ସମ୍ପାଦକ ଆଶ୍ରିବାଦ ବେହେରା ପ୍ରମୁଖ ଯୋଗଦାନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଯୁବ ମହିଳା ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇବ । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଂକୁ ସର୍ବ ଭାରତୀୟ ସ୍ତରରେ ମହିଳା ଫୁଟବଲ ଲିଗରେ ସୁଯୋଗ ମିଳିବ ବୋଲି କୁହାଯାଇଛି । ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୨୭ ମାର୍ଚ୍ଚ ୨୦୨୧ ରେ ଅନୁଷ୍ଠିତ ହେବ । ୩୦ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩୦ ଟି ମ୍ୟାଚ ଖେଳାଯିବ । ଏଥିରେ ଚାମ୍ପିଅନ ହୋଇଥିବା ଦଳ ଭାରତୀୟ ମହିଳା ଫୁଟବଲ ଲିଗରେ ଅଂଶଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *