ଆଇପିଏସ୍ ଦମ୍ପତି ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ

ଆଇପିଏସ୍ ଦମ୍ପତି ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ

ସାତକୋଶିଆ ଇକୋ ରିଟ୍ରିଟରେ ହୋଇଥିବା ଅଗ୍ନିକାଣ୍ଡରୁ ଆଇପିଏସ୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଓଡ଼ିଶା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ।ରବିବାର ସକାଳ ପ୍ରାୟ ୫ଟା ସମୟରେ ସାତକୋଶିଆ ଇକୋ ରିଟ୍ରିଟରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ୩ଟି କଟେଜ୍ ଜଳି ଯାଇଛି । ଅଗ୍ନିକାଣ୍ଡରେ ଜଳି ଯାଇଥିବା ଏକ କଟେଜରେ ଏହି ଆଇପିଏସ୍ ଦମ୍ପତି ରହୁଥିଲେ । ଅଗ୍ନିକାଣ୍ଡରେ ଉଭୟଙ୍କ କୌଣସି କ୍ଷତି ହୋଇନାହିଁ । ଭଗବାନଙ୍କ ଆଶୀର୍ବାଦରୁ କୌଣସି କ୍ଷୟକ୍ଷତି ହୋଇନଥିବା ଆଇପିଏସ୍ ସଞ୍ଜୀବ ପଣ୍ଡା ଫେସବୁକରେ ପୋଷ୍ଟ କରିଛନ୍ତି ।ତେବେ, ଏଯାଏଁ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଇଲେକ୍ଟ୍ରି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରୁ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ଓଡ଼ିଶା ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି । ଏଥିସହ ଆଗକୁ ଏଭଳି ଦୁର୍ଘଟଣା ଯେଭଳି ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଭାଗ କହିଛି ।

Leave a Reply

Your email address will not be published. Required fields are marked *