ଦୀର୍ଘ ୧୧ମାସ ପରେ ପୁଣି କରୋନା ମୁଣ୍ଡ ଟେକିବା ଆରମ୍ଭ କରିଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଯାହା ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ । ମହାରାଷ୍ଟ୍ର, କେରଳ, ପଞ୍ଜା, ତାମିଲନାଡ, କର୍ଣ୍ଣାଟକ, ଗୁଜୁରାଟରେ ନୂଆ ସଂକ୍ରମଣ ଅଧିକ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି ।ଏହାରି ଭିତରେ ଆସନ୍ତାକାଲି ଠାରୁ ବରିଷ୍ଟ ନାଗରିକଙ୍କୁ ଦିଆଯିବ କରୋନା ଟିକା । ସରକାରୀ ହସ୍ପିଟାଲ୍ରେ ମାଗଣାରେ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବେସରକାରୀ ହସ୍ପିଟାଲରେ କିନ୍ତୁ ଅର୍ଥ ପଇଠ କରିବାକୁ ପଡିବ ।ତେବେ ଏହି ମହାମାରୀକୁ ଦୃଷ୍ଟିରେ ରଖି ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ। ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଫେରୁଥିବା ଲୋକଙ୍କୁ ୭ ଦିନିଆ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଛି
