କରୋନା ପାଇଁ  ବୁର୍ଲା ଭିସୁଟରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଟକଣା ଜାରି

କରୋନା ପାଇଁ ବୁର୍ଲା ଭିସୁଟରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଟକଣା ଜାରି

ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଟକଣା ଜାରି ହୋଇଛି  । ସ୍ଥାନୀୟ ଅଞ୍ଚଳର ଦୋକାନ ବଜାର ବନ୍ଦ ରହିବ, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିଛି । ସେଠାରେ କେବଳ ଜରୁରୀ ସାମଗ୍ରୀ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ ।ଗତ ୨ ଦିନ ଭିତରେ ୩ଟି ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିଯାଇଛି । ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲିଯାଇଛନ୍ତି । ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଆସିବାକୁ କୁଳପତି ଅନୁରୋଧ କରିଛନ୍ତି । ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Leave a Reply

Your email address will not be published. Required fields are marked *