୨ ହଜାର କୋଟି ଟଙ୍କାର ପାଣ୍ଠି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟ ହେଲା

୨ ହଜାର କୋଟି ଟଙ୍କାର ପାଣ୍ଠି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟ ହେଲା

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇସାରିଛି । ଏହି ଅଭିଯାନ ପାଇଁ ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ଅନୁଦାନ ଯୋଗାଡ କରିଥିଲେ । ଏହି ପ୍ରକ୍ରିୟାରେ ସେମାନେ ମୋଟ ୫ ଲକ୍ଷ ଗାଁକୁ ଯାଇ ସେଠାରୁ ଦାନ ସଂଗ୍ରହ କରିଥିଲେ । ଏବେ ଏହି ପ୍ରକ୍ରିୟା ଶେଷ ହେବା ସହିତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି ।ତେବେ ଏହି ଅନୁଦାନ ଟଙ୍କାର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଏବେ ବି ଅନେକ ଚେକ୍ ଏବଂ ଅନୁଦାନ ବ୍ୟାଙ୍କରେ ରହିଥିବାରୁ ସେଗୁଡିକ ଟ୍ରଷ୍ଟରେ ଜମା ହୋଇପାରିନି ।

Leave a Reply

Your email address will not be published. Required fields are marked *