କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଥିବା ଜଣାପଡିଛି । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତର ଓ ବୈଜ୍ଞାନିକଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ମହାମାରୀ କରୋନା ବିରୋଧରେ ଲଢେଇ କରିପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଯେ, ସମସ୍ତେ କରୋନା ଟୀକା ନିଅନ୍ତୁ ଏହା ସୁରକ୍ଷିତ । ଆସନ୍ତୁ ସମସ୍ତେ ମିଶି ଭାରତକୁ କରୋନାରୁ ମୁକ୍ତ କରିବା ।
ଆଜିଠୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକା ଯାଇଥିବା ବେଳେ ଆଜିଠୁ ସାଧାରଣ ଲୋକଙ୍କ ପାଳି ଆରମ୍ଭ ହୋଇଛି । ବରିଷ୍ଠ ବ୍ୟକ୍ତି ଓ ରୋଗାକ୍ରାନ୍ତ ଲୋକଙ୍କୁ ଏହି ଟୀକା ଦିଆଯିବ ।
