ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଜାରି କରିପାରନ୍ତି । ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନରେ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧ରେ ୨ୟ, ଏପ୍ରିଲ ୬ରେ ୩ୟ ପର୍ଯ୍ୟାୟ, ଏପ୍ରିଲ ୧୦ରେ ୪ର୍ଥ ପର୍ଯ୍ୟାୟ, ଏପ୍ରିଲ ୧୭ରେ ୫ମ ପର୍ଯ୍ୟାୟ, ଏପ୍ରିଲ ୨୨ରେ ୬ଷ୍ଠ ପର୍ଯ୍ୟାୟ, ଏପ୍ରିଲ ୨୬ରେ ୭ମ ପର୍ଯ୍ୟାୟ ଓ ଏପ୍ରିଲ ୨୯ରେ ଶେଷ ତଥା ୮ମ ପର୍ଯ୍ୟାୟ ମତଦାନ ହେବ । ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିବେକ ଦୁବେ ଓ ଏମ୍କେ ଦାସଙ୍କୁ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ଏଥର ମତଦାନ କେନ୍ଦ୍ର ସଂଖ୍ୟା ୧ ଲକ୍ଷ ୧ ହଜାର ୯୧୬ ହେବ ଏବଂ ମେ’ ମାସ ୨ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।
