ଅସ୍ତ୍ରୋପଚାର ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଡିଏମଓ-

ଅସ୍ତ୍ରୋପଚାର ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏସଡିଏମଓ-

ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ ଅସ୍ତ୍ରୋପଚାର ପାଇଁ ରୋଗୀ ସଂପର୍କୀୟ ଠାରୁ ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୫୫୦୦ ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି ।  ଏହି ଖବର ପାଇବା ପରେ ଭିଜିଲାନ୍ସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ଲାଂଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଏହା ସହ ଆୟ ବର୍ହିଭୂତ ସମ୍ପତି ଅଭିଯୋଗ ଥିବାରୁ ତାଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସ୍ଥାନରେ ଚଢାଉ ଜାରି କରାଯାଇଛି । ପୂର୍ବରୁ ଅନେକ ଥର ଉଚ ପଦସ୍ଥ ଅଧିକାରୀ ମାନେ ଲାଞ୍ଚ ନେଇ ଧରା ପଡିଛନ୍ତି ।

Leave a Reply

Your email address will not be published. Required fields are marked *