ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇକୁ ମାରିଦେଲେ ଦୁଇ ବଡ଼ ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡା ଗାଁରେ । ଟାଙ୍ଗିଆରେ ସାନ ଭାଇ କୁ ମାରି ଘର ସାମ୍ନାରେ ପୋଡ଼ି ଦେଇଥିଲେ ଦୁଇ ଭାଇ ।
ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାଉଁଶୁଣୀ ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ଅଧା ପୋଡ଼ା ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ ଟାରେ ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ସନ୍ତୋଷ ଜାନୀଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ ଓ ମଝିଆଁ ଭାଇ ପ୍ରଶାନ୍ତ ଜାନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏହି କଳହରେ ଦୁଇ ବଡ଼ ଭାଇ ଅତ୍ୟନ୍ତ ଉତକ୍ତ ହୋଇ ସାନ ଭାଇ କୁ ଟାଙ୍ଗିଆରେ ହାଣି ମାରି ପକାଇଥିଲେ । ତେବେ ମୃତକ ଜଣକ ହେଉଛନ୍ତି ରିଜର୍ଭ ପୋଲିସ କନେଷ୍ଟବଳ । ତେବେ ଏହି ଘଟଣା ରେ ପୋଲିସ ତଦନ୍ତ କରୁଥିବା ବେଳେ ଦୁଇ ଭାଇ ଫେରାର୍ ହୋଇଯାଇଛନ୍ତି । ପୋଲିସ୍ ର କହିବା ମୂତାବକ ପୂର୍ବରୁ ଅନ୍ୟ ବଡ଼ ବଡ଼ ହତ୍ୟାକାଣ୍ଡରେ ମଝିଆଁ ଭାଇ ପ୍ରଶାନ୍ତ ଜାନୀଙ୍କ ମଧ୍ୟ ହାତ ରହିଛି ।
