ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ଘଟିଥିବାବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ ପାଇଁ କିମ୍ବା ଅଧିକ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି।
ମାର୍ଚ୍ଚ ୨ ସରକାରଙ୍କ ନିର୍ଦ୍ଦେଶ କ୍ରମେ, “ଅଧ୍ୟକ୍ଷ, ରାଜ୍ୟସଭା ଏବଂ ବାଚସ୍ପତିଙ୍କ ମିଳିତ ନିଷ୍ପତ୍ତି ପରେ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିକୁ ସାଂସଦ ଟେଲିଭିଜନ (ସାଂସଦ ଟିଭି)ରେ ମିଶ୍ରଣ ହୋଇଛି ।
