ଯାତ୍ରୀବାହୀ ବସ ଓଲଟି ୧୦ ଆହତ, ତିନି ଗୁରୁତର

ଯାତ୍ରୀବାହୀ ବସ ଓଲଟି ୧୦ ଆହତ, ତିନି ଗୁରୁତର

ଏକ ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହେବା ସହ ତିନି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ । ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିବା ବେଳେ କୁମାରୁଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ସମସ୍ତ ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ୍ ଓଲଟିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହାତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *