ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ, ୫ ଡକାୟତ ଗିରଫ

ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ, ୫ ଡକାୟତ ଗିରଫ

ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ ୧୨.୫ ଗ୍ରାମ ସୁନା ଅଳଙ୍କାର ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା ।

ଯାହାକୁ ନେଇ ପୋଲିସକୁ ମିଳିଛି ବଡ ସଫଳତା । ସଶସ୍ତ୍ର ଡକାୟତି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ମଧ୍ୟ ଜବତ ହୋଇଛି ।  ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଦଳ ଗଠନ କରି ୫ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟକିଛି ଲୁଟେରା ଏବେବି ଫେରାର ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *