ରାଜସ୍ଥାନରେ ରୂପା ବାକ୍ସ ଚୋରି କରିବା ପାଇଁ ଅଭିଯୁକ୍ତମାନେ ଖର୍ଚ୍ଚ କଲେ 87 ଲକ୍ଷ ଟଙ୍କା । ତାଙ୍କ ଘରରୁ ରୂପା ବାକ୍ସ ଚୋରି ପାଇଁ ତିଆରି ହୋଇଥିଲା 20 ଫୁଟ ଲମ୍ବର ସୁଡଙ୍ଗ । ମାସକ ପୂର୍ବରୁ କରାଯାଇଥିଲା ଚୋରି ଯୋଜନା । ଏହା କୌଣସି ସିନେମା ନୁହେଁ ସତ ଘଟଣା ।
ପୋଲିସର ସୂଚନାନୁସାରେ, ହେୟାର ଟ୍ରାନ୍ସପ୍ଲାଣ୍ଟ କ୍ଲିନିକ୍ ଚଳାଉଥିବା ଡାକ୍ତରଙ୍କ ଘରୁ ଚୋରି ହୋଇଛି । ରାଜସ୍ଥାନ ଜୟପୁରର ବୈଶାଳୀ ନାଗରରେ ରହୁଥିବା ଡ. ସୁନୀତ ସୋନି ଫେବୃଆରୀ 24ରେ ତାଙ୍କ ଘରୁ ଚୋରି ହୋଇଥିବା ଥାନରେ ଏକ ଅଭିଯୋଗ କରିଥିଲେ । ତାଙ୍କ ବେସମେଣ୍ଟରେ ବହୁ ପରିମାଣର ରୂପା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଚୋରମାନେ ଚୋରି ପାଇଁ ସୁନୀତ ସୋନିଙ୍କ ଘର ପଛରେ ଏକ ଜାଗା କିଣିଥିଲେ । ଯାହାର ମୂଲ୍ୟ ଥିଲା 87 ଲକ୍ଷ । ଏହା ପରେ 10 ଫୁଟ ଗଭୀରରେ 20 ଫୁଟ ଲମ୍ବର ସୁଡଙ୍ଗ ତିଆରି କରିଥିଲେ । କୌଶଳକ୍ରମେ ଚୋରି କରିଥିଲେ ଚୋର ।
ସୁନୀତ ସୋନି କହିଛନ୍ତି ଯେ, “ମୁଁ ମୋର ବେସମେଣ୍ଟରେ ଏକ ବାକ୍ସରେ ରୂପା ରଖିଥିଲି ଏବଂ ସୁରକ୍ଷା ଦୃଷ୍ଟିରୁ ବାକ୍ସକୁ ଫ୍ଲୋର ତଳେ ପୋତି ଦେଇଥିଲି । ଯେତେବେଳେ ମୁଁ ବେସମେଣ୍ଟ ଖୋଳିବା ପରେ ବାକ୍ସ ଦେଖିଲି, ରୂପା ଚୋରି ହୋଇଯାଇଛି । ବାକ୍ସରୁ ଚୋରି କରିବା ପାଇଁ ଏକ ସୁଡଙ୍ଗ ତିଆରି ହୋଇଛି । ବାକ୍ସଟି କଟା ହୋଇ ରୂପା ଚୋରି ହୋଇଛି ।


