ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦ କୋଟି ଟଙ୍କା ବିନିଯୋଗ କରାଯିବ । ସାଗରମାଳା ଯୋଜନାରେ ୫୭୪ ରୁ ଅଧିକ ପ୍ରକଳ୍ପ ଉପରେ କାମ ହେବ । ୨୦୩୫ ସୁଦ୍ଧା ସମସ୍ତ କାର୍ୟ୍ୟ ଶେଷ ହେବ ବୋଲି ସେ କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି କି ଆଗାମୀ ୧୦ ବର୍ଷ ମଧ୍ୟରେ ଜଳମାର୍ଗ ପରିଚାଳନା ଉପରେ କାମ କରାଯିବ ।
ଏହି ଯୋଜନାରେ ମୋଟ ୧୮୯ ଟି ବନ୍ଦରକୁ ବିକଶିତ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୧୪ ମସିହାରେ ପ୍ରମୁଖ ବନ୍ଦରର କ୍ଷମତା ୮୭୦ ମିଲିୟନ ଟନ୍ ଥିଲା ହେଲେ ଏହା ଏବେ ବୃଦ୍ଧି ପାଇ ୧୫୫୦ ମିଲିୟନ ଟନ୍ ରେ ପହଂଚିଛି । ଫଳରେ ଲାଭାଂଶର ବୃଦ୍ଧି ଘଟିଛି ଓ ତାହା ଦ୍ୱାରା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦେଶକୁ ବି ଲାଭ ମିଳୁଛି । ଏହା ସହ ବନ୍ଦର ଅଞ୍ଚଳରେ ସ୍ମାର୍ଟ ସିଟି ଓ ଔଦଗ୍ୟିକ ପାର୍କ ଆଦି ନିମାଣ କରାଯାଇ ପର୍ୟ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


