ସୁନ୍ଦରଗଡ ସରସରା ଗ୍ରାମ ବନ୍ଦ ଘରରୁ ନବବଧୂଙ୍କ ମୃତଦେହ ଉଦ୍ଧାର । ସ୍ୱାମୀ ଓ ଶ୍ୱଶୁର ଫେରାର ଥିବାରୁ ଏହି ନବବଧୂଙ୍କୁ ହତ୍ୟା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନାର ସରସରା ଗ୍ରାମ ବଜ଼ାର ଦାଣ୍ଡ ନିକଟରେ ରହୁଥିବା ମାଲୁ ବେହେରାଙ୍କ ପୁଅ ଚାରି ମାସ ତଳେ ବିବାହ କରିଥିଲେ । ଗତକାଲି ମାଲୁ ବେହେରା ଏବଂ ତାଙ୍କ ପୁଅ ଘରୁ ପଳାଇବା ଦେଖି ଗ୍ରାମବାସୀ ସନ୍ଦେହ କରିଥିଲେ । ଏହା ପରେ ଘର ଝରକା ବାଟେ ଦେଖିବାପରେ ନବ ଵିବାହିତ ମହିଳାଙ୍କମୃତଦେହଝୁଲୁଥିବଦେଖିଥିଲେ । ଗ୍ରାମବାସୀ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ତେବେବାପା ପୁଅ ଫେରାର ଥିବାରୁ ଏହା ହତ୍ୟା ସନ୍ଦେହ କରାଯାଉଛି, ପୂର୍ବରୁ ଏହି ବାପା ପୁଅ ଏକ ହତ୍ୟା ଘଟଣାରେ ଜେଲ ଯାଇ ଫେରିଛନ୍ତି ।
