ସୁନ୍ଦରଗଡରେ ଚାଞ୍ଚଲ୍ୟ, ଇବନଦୀ ପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡରେ ଚାଞ୍ଚଲ୍ୟ, ଇବନଦୀ ପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ ନଦୀପଠାରୁ ଯୁବକଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର ହୋଇଛି  । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି । ତେବେ ଏତେ ବିଭତ୍ସ ହତ୍ୟା ପଛର କାରଣ କଣ ପୋଲିସ ତଦନ୍ତ ଆରମ୍ଭ କରିଛି  ।ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରିନି । କେହି ଅତି ନୃଶଂସ ଭାବେ ହତ୍ୟା କରି ତାଙ୍କର ଶରୀରର ବିଭିନ୍ନ ଅଂଶକୁ ଫିଙ୍ଗି ଦେଇଥିଲା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ,  ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଗାଁର ଗାଁ ସାଥୀଙ୍କୁ ଖଣ୍ଡ ଖଣ୍ଡ କରି ଗାଁ ନିକଟ ପୋଖରୀରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ପୁଣିଥରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଲୋକଲୋଚନକୁ ଆସିଛି  ।

Leave a Reply

Your email address will not be published. Required fields are marked *