ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ

ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ଜଣେ ବାପା ନିଜ ଝିଅର ମୁଣ୍ଡକାଟି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଁଞ୍ଚିଥିଲା । ଏହି ଭୟଙ୍କର ଦୃଶ୍ୟ ଦେଖି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଝିଅର ପ୍ରେମ ପ୍ରସଙ୍ଗକୁ ନେଇ ଅଭିଯୁକ୍ତ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦ୍ବାଦଶ ଶ୍ରେଣୀରେ ପଢୁଥିବା ୧୮ ବର୍ଷିୟ ଯୁବତୀ ଜଣକର ନିଜର ଦାଦା ପୁଅ ଭାଇ ସହିତ ପ୍ରେମ ସମ୍ପର୍କ ଥିଲା । କିଛି ଦିନ ତଳେ ଝିଅ ସହିତ ତା’ର ପ୍ରେମିକକୁ ଆପତ୍ତିଜନକ ଅବସ୍ଥାରେ ଅଭିଯୁକ୍ତ ବାପା ଦେଖିଥିଲା । ଏହାପରେ ନିଜ ଝିଅ ଓ ତା’ର ପ୍ରେମିକକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା ବାପା । ଝିଅର ମୁଣ୍ଡ-ଗଣ୍ଡି ଅଲଗା କରି ହତ୍ୟା କରିଥିଲା ଅଭିଯୁକ୍ତ ।

ଏହାପରେ ନିଜ ଝିଅର ମୁଣ୍ଡକୁ ହାତରେ ଧରି ମଝିଲା ଥାନାକୁ ଆସିଥିଲା ଅଭିଯୁକ୍ତ ବାପା । ରାସ୍ତାରେ ଲୋକ କଟାମୁଣ୍ଡ ଦେଖି, ତା ପାଖକୁ ଯିବାକୁ ଭୟ କରଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ସେତେବେଳକୁ ଅଭିଯୁକ୍ତ ଥାନାରେ ପହଁଞ୍ଚି ସାରିଥିଲା । ଅଭିଯୁକ୍ତକୁ କଟାମୁଣ୍ଡ ସହ ଦେଖି ପୋଲିସ ସାଙ୍ଗେ ସାଙ୍ଗେ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *