ଆସାମରେ ୯୨ ଆସନରେ ପ୍ରାର୍ଥୀ ଦେବ ବିଜେପି! ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର

ଆସାମରେ ୯୨ ଆସନରେ ପ୍ରାର୍ଥୀ ଦେବ ବିଜେପି! ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର

ଆସାମ ଓ ପଶ୍ଚିମବଙ୍ଗରେ ସିଟ ଭାଗବଣ୍ଟା ଏବଂ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ବିଜେପି ଆସାମରେ ମୋଟ ୯୨ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇବ । ଏହା ପରେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଗୁରୁବାର ବିଳମ୍ବିତ ରାତି ଯାଏଁ ବୈଠକ ଜାରି ଥିଲା । 

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟ ନିଜର ଟୁଇଟର ଆକାଉଣ୍ଟରେ ବୈଠକର ଏକ ଫଟୋ ସେୟାର କରି ଲେଖିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଛି । ଏହି ବୈଠକରେ ବିଧାନସଭା ନିର୍ବାଚନ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । 

Leave a Reply

Your email address will not be published. Required fields are marked *