ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ସରକାର ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୨୫୯ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । କମିଟିରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ସିଜେଆଇ ଏସ୍‌ଏ ବୋବଡେ, ଏନଏସଏ ଅଜିତ ଡୋଭାଲ, ୨୮ ମୁଖ୍ୟମନ୍ତ୍ରୀ, ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର, ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନ, ବିଜେନିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପାଖାପାଖି ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ଅନେକ ରାଜ୍ୟପାଳ ସାମିଲ ଅଛନ୍ତି । 

ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସିପିଏମ ନେତା ସୀତାରାମ ୟେଚୁରୀ, ଏନସିପି ନେତା ଶରଦ ପାୱାର, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ, ବିଏସପି ପ୍ରମୁଖ ମାୟାବତୀଙ୍କୁ ମଧ୍ୟ କମିଟିରେ ଯୋଡ଼ାଯାଇଛି । 

ଏହା ପୂର୍ବରୁ ସ୍ୱାଧୀନତାର ୭୫ ବର୍ଷ ହେବା ନେଇ କାର୍ଯ୍ୟକ୍ରମ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କ୍ରିୟାନ୍ୱୟନ କମିଟି ଗଠନ କରାଯାଇଥିଲା । ଏହା ବ୍ୟତୀତ ସଚିବଙ୍କ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୫୯ ଜଣିଆ ସଦସ୍ୟ ଥିବା ଏକ କମିଟି ଗଠନ କରିଛନ୍ତି । ଏଥି ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ନାଗରିକଙ୍କୁ କମିଟିରେ ଯୋଡ଼ାଯାଇଛି । 

Leave a Reply

Your email address will not be published. Required fields are marked *