ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜୟନ୍ତୀ । ଏହି ଶୁଭ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି  ।

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ସାଇକେଲ ରାଲି ଆରମ୍ଭ ହୋଇଛି  । ଏହି ରାଲି କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ  । ଏଥିରେ ହଜାର ହଜାର ଯୁବକ ଓ ଛାତ୍ର କର୍ମୀ ମାନେ ସାମିଲ ହୋଇଛନ୍ତି । ଭୂମିପୁତ୍ର ବିଜୁ ବାବୁଙ୍କ ସ୍ମୃତିକୁ ମନେ ପକାଉଛି ଆଜି ସାରା ଦେଶ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଓଡ଼ିଆ ସ୍ଵାଭିମାନ ଓ ନୀତିଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସଙ୍କଳ୍ପବଦ୍ଧ ।

Leave a Reply

Your email address will not be published. Required fields are marked *