ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଜିଦ୍ରେ ଅଟଳ ରହିଛନ୍ତି କୃଷକ ନେତା

ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଜିଦ୍ରେ ଅଟଳ ରହିଛନ୍ତି କୃଷକ ନେତା

ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ ଚାଷୀମାନେ ମାର୍ଚ୍ଚ ୬ ତାରିଖରେ କେଏମପି ଏକ୍ସପ୍ରେସ-ୱେରେ ୫ ଘଣ୍ଟା ନାକା ବନ୍ଦୀ କରିବା ସହ କଳା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତୁତ ରହିଛନ୍ତି । ସଂଯୁକ୍ତ ଚାଷୀ ମୋର୍ଚ୍ଚୋର କହିବା ଅନୁସାରେ ଦିଲ୍ଲୀ ପୋଲିସକୁ ପୁଣି ମୁହାଁମୁହିଁ ହେବାକୁ ପଡ଼ିବ । 

ମଞ୍ଜିତ କୌର ଡୋବକାଙ୍କ ନେତୃତ୍ୱରେ ମହିଳାଙ୍କ ଏକ ଗୋଷ୍ଠୀ ବୁଧବାର ରାତି ସିଂଘୁରୁ ରକାବଗଂ ଗୁରୁଦ୍ୱାର ଯିବା ଲାଗି ଏଠାରେ ରାତ୍ରୀଯାପନ କରିଥିଲେ । କେବଳ ଏଇଥିପାଇଁ ଯେ, ତାଙ୍କର ଗାଡ଼ି ଉପରେ ଚାଷୀ ସଂଗଠନ ଓ ଶ୍ରୀ ନିଶାନ ସାହିବଙ୍କର ପତାକା ଲାଗିଥିଲା । ତାଙ୍କର ଗାଡ଼ିକୁ ଦିଲ୍ଲୀ ପୋଲିସର ବାହାରି ରିଙ୍ଗ ରୋଡ ଚେକ ପୋଷ୍ଟ ନିକଟରେ ଅଟକାଇ ଦେଇଥିଲା । 

ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ଯେ, ତାଙ୍କୁ ଗାଡ଼ିରୁ ପତାକା ହଟାଇବା ଲାଗି କୁହାଯାଇଥିଲା । ସେମାନେ ଯେତେବେଳେ ଏହା ସ୍ୱୀକାର କରି ନଥିଲେ, ତାଙ୍କୁ ତିଲକ ମାର୍ଗ ପୋଲିସ ଷ୍ଟେସନରେ ଅଟକ ରଖାଯାଇଥିଲା । ଏହି ସମୂହରେ ବରନାଲାରୁ ୨ ବର୍ଷର ଏକ ଶିଶୁ ମଧ୍ୟ ସାମିଲ ଥିଲା । ତା’ର ନାମ ୟଶମୀ କୌର । ଆଇନ ଅନୁସାରେ ୭ ବର୍ଷରୁ କମ କୌଣସି ଶିଶୁକୁ ପୋଲିସ ଷ୍ଟେସନରେ ହେପାଜତରେ ରଖାଯାଇ ପାରିବ ନାହିଁ । 

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ରହିଛି । ଏହାରି ମଧ୍ୟରେ ବିଭିନ୍ନ ସମୟରେ ଭାରତ ବନ୍ଦ ଆନ୍ଦୋଳନ ମଧ୍ୟ ହୋଇଛି । 

Leave a Reply

Your email address will not be published. Required fields are marked *