ନକଲି କୋର୍ଟ କପି ଦାଖଲ କରିବା ହେଲା ମହଙ୍ଗା, ଗିରଫ ହେଲେ ଓକିଲ

ନକଲି କୋର୍ଟ କପି ଦାଖଲ କରିବା ହେଲା ମହଙ୍ଗା, ଗିରଫ ହେଲେ ଓକିଲ

କୋର୍ଟରେ ନକଲି କୋର୍ଟ କପି ଦାଖଲ କରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି  । ଖବର ଅନୁଯାୟୀ, ଓକିଲ ବ୍ରଜମୋହନ ପ୍ରଧାନ ଏକ ନକଲି କୋର୍ଟ ନିର୍ଦ୍ଦେଶ କପି ପ୍ରସ୍ତୁତ କରି ଜୁଜୁମୁରା ପୋଲିସ ଷ୍ଟେସନରେ ଦାଖଲ କରି ଫେବୃଆରୀ ୧୯ରେ ସଡକ ଦୁର୍ଘଟଣାରେ ପୋଲିସ ଅଟକ ରଖିଥିବା ଟ୍ରକକୁ ମୁକ୍ତ କରିଥିଲେ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୧୯ରେ, ଇଚ୍ଛାପଲ୍ଲୀ ଗାଁର ଜଣେ ପ୍ରେମ କୁମାରଙ୍କୁ ଜାତୀୟ ରାଜପଥର ବାସିପଡା ନିକଟ ମିଲିଟାରୀ ଛକରେ ଏକ ଟ୍ରକ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ପୋଲିସ ମାମଲା ରୁଜୁ କରି ଟ୍ରକକୁ ଜବତ କରି ଡ୍ରାଇଭର ରାଜେଶ ସିଂଙ୍କୁ ଗିରଫ କରିଥିଲା।ଟ୍ରକକୁ ମୁକ୍ତ କରିବା ପାଇଁ ଗାଡି ମାଲିକ ବାଡା ତୁରୁଙ୍ଗ ଗାଁର ଆଡଭୋକେଟ ବ୍ରଜାମୋହନଙ୍କ ସହ ଯୋଗାଯୋଗ କରି ତାଙ୍କ ସାହାଯ୍ୟ ଲୋଡିଥିଲେ। ଆଡଭୋକେଟ୍ ନକଲି ଦସ୍ତଖତ ଏବଂ ଷ୍ଟାମ୍ପ୍ ସହିତ ଏସଡିଜିଏମ କୋର୍ଟର ଏକ ନକଲି ଅର୍ଡର କପି ପ୍ରସ୍ତୁତ କରି ଏହାକୁ ପୋଲିସ ଷ୍ଟେସନରେ ଦାଖଲ କରିଥିଲେ । ଅର୍ଡର କପି ଦେଖି ପୋଲିସ ଏହାକୁ ଜାଲ୍ ବୋଲି ସନ୍ଦେହ କରି କୋର୍ଟର ଅଧିକାରୀଙ୍କ ସହ ପଚରାଉଚରା କରିଥିଲା। ପରେ ପୋଲିସ ଅର୍ଡର କପି ନକଲି ପାଇ ଓକିଲଙ୍କୁ ଗିରଫ କରିଛି । କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *