ରାଜଧାନୀରେ ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ କରିଛି ବିଜେପି । ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ମଧ୍ୟବିତ୍ତ ପରିବାର ଉପରେ ବୋଝ ଉପରେ ନଳିତା ବିଡା । ଆଦୟ ହେବାକୁ ଥିବା ଏହି ହୋଲ୍ଡିଂ ଟ୍ୟାକ୍ସ ରାଜକୋଷକୁ ନୁହେଁ ବରଂ ଅଫିସର ମାନଙ୍କ ପକେଟକୁ ଯିବ ବୋଲି ଅଭିଯୋଗ ହୋଇଛି ।
ଭୁବନେଶ୍ୱରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ କରି ବିଜେପି ପକ୍ଷରୁ ମାର୍କେଟ ବିଲ୍ଡିଂରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ମଧ୍ୟବିତ୍ତ ପରିବାର ଉପରେ ବୋଝ ଉପରେ ନଳିତା ବିଡା ବୋଲି ବିଜେପି ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏଥି ସହିତ ବିନା ଟ୍ରାନ୍ସପରେନ୍ସି, ବିନା ଟେକ୍ନୋଲୋଜିରେ ତରବରିଆ ଭାବେ ଏହି ପ୍ରକ୍ରିୟା ଆରମ୍ଭକୁ ଦଳ ପକ୍ଷରୁ ବିରୋଧ କରାଯାଇଛି । ଆଦୟ ହେବାକୁ ଥିବା ଏହି ହୋଲ୍ଡିଂ ଟ୍ୟାକ୍ସ ରାଜକୋଷକୁ ନୁହେଁ ବରଂ ଅଫିସର ମାନଙ୍କ ପକେଟକୁ ଯିବ । ସେହିପରି ବିଏମସି ଦିନକୁ ଦିନ ଟ୍ୟାକ୍ସ ବଢାଇ ଚାଲିଥିବା ବେଳେ ରାଜଧାନୀ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
