ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଭୀମଟାଙ୍ଗୀ ଅଂଚଳର ସୁବାସ ସାହୁ । ସେ ସ୍ଥାନୀୟ ମଙ୍ଗଳା ମନ୍ଦିରରେ ଫୁଲ ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ, ପାରିବାରିକ କଳହ ଯୋଗୁ ସୁବାସ ଗତକାଲି ରାତିରୁ ଘରୁ କୁଆଡେ ପଳାଇଥିଲେ । ଆଜି ସକାଳେ ରେଳ ଲାଇନରେ ଜଣେ ଯୁବକଙ୍କ ମୃତେଦହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏୟାରଫିଲ୍ଡ ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ବାବଦରେ ଅଧିକ ଖୋଳତାଡ କରୁଛି ପୋଲିସ ।
