ବ୍ରହ୍ମପୁରରେ ଫେଲ ମାରିଲା ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ, କାର୍ଯ୍ୟ ଶୂନ

ବ୍ରହ୍ମପୁରରେ ଫେଲ ମାରିଲା ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ, କାର୍ଯ୍ୟ ଶୂନ

ପଦାରେ ପଡୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି  । ରାଜସ୍ୱ ଟଙ୍କାକୁ ଅପବ୍ୟବହାର କରୁଛି ବ୍ରହ୍ମପୁର ମହାନଗର ନିଗମ । ନୂଆ ନୂଆ ଯୋଜନା କରି  ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର ନିଗମ । କିନ୍ତୁ କାର୍ଯ୍ୟ ଶୂନ ।

ବ୍ରହ୍ମପୁର ସହର ବାସୀଙ୍କ ପ୍ରତ୍ୟେକ ଘରର ଘର ଠିକଣା ଜାଣିବା ପାଇଁ ରାଜ୍ୟର ପ୍ରଥମ କରି ବ୍ରହ୍ମପୁର ମହାନଗର ନିଗମ ଆରମ୍ଭ କରିଥିଲା ଡିଜିଟାଲ ଡୋର ନମ୍ବରିଂ  । 2017 ଏବଂ 2018ମସିହା ରେ ଏହା ଆରମ୍ଭ ହୋଇଥିଲା  । ସହରର ପ୍ରତ୍ୟେକ ଘରେ କେବଳ ଷ୍ଟିକର ଲାଗିଲା । ପାଣି ଭଳି ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ କେଇଦିନ ପରେ ଡିଜିଟାଲ ଡୋର ନମ୍ବର ଯୋଜନା ଫେଲ ମାରିଲା । ଆଜିକୁ 4 ବର୍ଷ ବିତିଗଲା ଆଜି ଯାଏଁ ହୋଇପାରିଲା ନାହିଁ କାର୍ଯ୍ୟକ୍ଷମ  ।

କାନ୍ଥରେ ଏହି ଷ୍ଟିକର ଡ଼ିଜିଟାଲ ଡୋର ନାମରେ 4 ବର୍ଷ  ତଳେ ଲାଗିଥିଲା  । ବ୍ରହ୍ମପୁର ମହାନଗର ନିଗମ ର ପ୍ରତ୍ୟେକଟି ଘରେ ଲାଗିଥିଲା ଷ୍ଟିକର । ଏଥିପାଇଁ ଖର୍ଚ୍ଚ ବିବରଣୀ ଦେଖିଲେ ମଧ୍ୟ  ଆପଣଙ୍କ ହୋସ ଉଡିଯିବ । ତଥ୍ୟ କହୁଛି ଡିଜିଟାଲ ଡୋର ନମ୍ବର ଯୋଜନାକୁ ନେଇ ଖର୍ଚ୍ଚ ହୋଇଛି ପାଣି ଭଳି 8 ଲକ୍ଷ ଟଙ୍କା  । ଯୋଜନା ଥିଲା ନମ୍ବରରେ ଘର,ଅଞ୍ଚଳ,ୟୁନିଟ, ସାହି ର ଠିକଣା ସବୁ କିଛି ମିଳିଯିବ । କିନ୍ତୁ ତାହା ମାତ୍ର କେଇ ଦିନ ରେ ପୁରା ଯୋଜନା ଫେଲ ।

Leave a Reply

Your email address will not be published. Required fields are marked *