ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ

ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭା ପାଇଁ ପଠାଗଲା ଆଉ ଚାରୋଟି ଅଗ୍ନିଶମ ଟିମ

ଲିଭିବାର ନାଁ ଧରୁନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳରେ ଏହି ନିଆଁ ପ୍ରାୟ ୧୮ଟି ସ୍ଥାନରେ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗର କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁମୁଣ୍ଡି ରେଞ୍ଜର ଅଂଲଳର ୬ଟି ସ୍ଥାନ, ତାଳବନ୍ଧ ରେଞ୍ଜର ୪ଟି, ଗୁଡୁଗୁଡ଼ିଆ ରେଞ୍ଜର ୪ଟି, ବରେହିପାଣି ରେଞ୍ଜର ୩ଟି ଓ ନଅଣା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏହି ନିଆଁ ଲିଭାଇବାକୁ ପୂର୍ବରୁ ଜାମୁଆଣିରେ ଦୁଇଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଆଜି ଚାରୋଟି ଟିମ ଶିମିଳିପାଳକୁ ପଠାଯାଇଥିବାର ସୂଚନା ମିଳିଛି । ତେବେ ଶିମିଳିପାଳର ଆଖପାଖରେ ଥିବା ଗାଁ ଗୁଡିକ କିପରି କ୍ଷତିଗ୍ରସ୍ତ ନହୁଏ ସେଥି ପାଇଁ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗର କର୍ମଚାରୀ ପାଇଁ ତତ୍ପର ଅଛନ୍ତି ।

Leave a Reply

Your email address will not be published. Required fields are marked *