ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର

ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ୱଲପୁର ଡିଏଫଓ ସଞ୍ଜୀତ କୁମାର । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଜଙ୍ଗଲ ନିଆଁ ଏବେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଭଳି ସ୍ଥିତିରେ ସମ୍ୱଲପୁର ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏଫଓ । ଜଙ୍ଗଲ ନିଆଁ ଉପରେ କଡ଼ା ନଜର ରଖିବା ପାଇଁ ପ୍ରତି ରଞ୍ଜରଙ୍କ ଅଧୀନରେ ରହିବେ ୧୫ ଜଣ ଲେଖାଏ ଅସ୍ଥାୟୀ କର୍ମଚାରୀ ।ଜଙ୍ଗଲରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କ ଠିକଣା ଲେଖି ରଖିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ୱଲପୁର ଡିଏଫଓ । ଏହାସହ ଜଙ୍ଗଲରେ କିଏ ଲଗାଉଛି ନିଆଁ ସେମାନଙ୍କ ବାବଦରେ ସୂଚନା ଦେଲେ ୫୦୦୦ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ଡିଏଫଓ ସଞ୍ଜୀତ କୁମାର ।

Leave a Reply

Your email address will not be published. Required fields are marked *