ଗୌତମ ଦାସ ୨୦୨୧ ଜେଇଇ ମେନରେ ଓଡିଶାରୁ ଟପ୍ପର

ଗୌତମ ଦାସ ୨୦୨୧ ଜେଇଇ ମେନରେ ଓଡିଶାରୁ ଟପ୍ପର

୨୦୨୧ ଜେଇଇ ମେନ୍ (ଫେବୃଆରୀ ସେସନ)ରେ ରାଜ୍ୟ ଟପ୍ପର ଭାବରେ ଗୌତମ ଦାସ ସ୍ଥାନ ପାଇଛନ୍ତି । ୨୦୨୧ ଜେଇଇ ମେନର ଫଳାଫଳ ସୋମବାର ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ଘୋଷଣା କରାଯାଇଛି । ବିଇ/ ବିଟେକ୍ ପାଇଁ କରାଯାଇଥିବା ପରୀକ୍ଷାରେ ଗୌତମ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଏନଟିଏ ଦ୍ବାରା ୨୪ ରୁ ୨୬ ଫେବୃଆରୀ ଅନୁଷ୍ଠିତ ପରୀକ୍ଷାରେ ପେପର ୧ (ବିଇ/ ବିଟେକ୍) ପାଇଁ ମୋଟ ୬.୫୨ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ। ଫେବୃଆରୀ ୨୦୨୧ରେ ପେପର ୧ (ବିଇ/ ବିଟେକ୍) ରେ ପ୍ରାୟ ଛଅ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ଏନଟିଏ ସ୍କୋର ପାଇଛନ୍ତି ।

ଶତପ୍ରତିଶତ ସ୍କୋର ହାସଲ କରିଥିବା ଛାତ୍ରମାନେ ହେଉଛନ୍ତି ରାଜସ୍ଥାନର ସାକେତ ଝା, ଚଣ୍ଡିଗଡ଼ର ଗୁରୁମିତ ସିଂ, ପ୍ରଭାତ କାଟାରିଆ ଏବଂ ଦିଲ୍ଲୀ-ଏନସିଆରରୁ ରିମଝିମ୍ ଦାସ, ମହାରାଷ୍ଟ୍ରର ସିଦ୍ଧ ମୁଖାର୍ଜୀ ଏବଂ ଗୁଜୁରାଟର ଅନନ୍ତ କୃଷ୍ଣ ଅଛନ୍ତି  । ପ୍ରଥମ ଥର ପାଇଁ ୧୩ ଟି ଭାଷାରେ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମ, ବଙ୍ଗାଳୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ୍,ତେଲୁଗୁ, ଏବଂ ଉର୍ଦ୍ଦୁରେ ପରୀକ୍ଷା ହୋଇଥିଲା  । କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କାଟ, ରିୟାଦ, ଶାରଜା, ସିଙ୍ଗାପୁର ଏବଂ କୁଏତର ଭାରତ ବାହାରେ ଥିବା ୯ଟି ସହର ସହିତ ୩୩୧ଟି ସହରରେ ଏହି ପରୀକ୍ଷା କରାଯାଇଥିଲା।

ପରୀକ୍ଷା ତଦାରଖ କରିବା ପାଇଁ ଏହି କେନ୍ଦ୍ରଗୁଡିକରେ ମୋଟ ୭୪୨ ପର୍ଯ୍ୟବେକ୍ଷକ, ୨୬୧ ସିଟି-କୋଅର୍ଡିନେଟର, ୧୯ଟି ଆଞ୍ଚଳିକ ସଂଯୋଜକ, ୬ ସ୍ୱତନ୍ତ୍ର ସଂଯୋଜକ ଏବଂ ୨ ଜାତୀୟ ସଂଯୋଜକ ନିୟୋଜିତ ହୋଇଥିଲେ । ପେପର ୧ (ବିଇ/ ବିଟେକ୍) ପାଇଁ ପରୀକ୍ଷା ଚଳିତବର୍ଷ ଫେବୃଆରୀ ୨୪ ରୁ ୨୬ ପର୍ଯ୍ୟନ୍ତ ମୋଟ ୬ଟି ସିଫ୍ଟରେ କରାଯାଇଥିଲା ।

Leave a Reply

Your email address will not be published. Required fields are marked *