ଆଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ । ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଟ୍ୱିନ୍ ସିଟି ପାଇଁ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ଆଜି ଦିନ 3ଟା ସମୟରେ ଦାୟିତ୍ୱ ନେବେ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସୁଧାଂଶୁ ଶେଖର ଷଡଙ୍ଗୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ତେବେ ରାଜ୍ୟରେ ବଢୁଥିବା ଲୁଟ ,ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପାଇଁ ଏକ ବଡ ଚାଲେଞ୍ଜ ହେବ ।
ଅନ୍ୟପଟେ ଆଜି ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ବିଦାୟ ଦିଆଯିବ । ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଶାଖାରେ ଅତିରିକ୍ତ ଡିଜି ଭାବରେ କାର୍ଯ୍ୟ କରୁଥିଲେ । ଗୃହ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଶେଖର ଷଡଙ୍ଗୀଙ୍କୁ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ (ଓପିଏଚ୍ ଆଣ୍ଡ ଡବ୍ଲୁସି) ର ସିଏମଡି ଭାବରେ ସ୍ଥାନାନ୍ତର କରାଯାଇଛି ।
୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ଏମ୍ ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସେସ୍, ସି.ଜି., ହୋମଗାର୍ଡ ଓ ଡିଫେନ୍ସ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବରୁ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସିଏମଡି ଭାବରେ କାର୍ଯ୍ୟରତ ଥିଲେ ।
