ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସେବାୟତ ଓ ପୋଲିସ କର୍ମଚାରୀଙ୍କ ଆଜିଠାରୁ କରୋନା ଟେଷ୍ଟିଂ

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସେବାୟତ ଓ ପୋଲିସ କର୍ମଚାରୀଙ୍କ ଆଜିଠାରୁ କରୋନା ଟେଷ୍ଟିଂ

ମହାଶିବରାତ୍ରି ଆସନ୍ତା ଗୁରୁବାର ପଡୁଥିବାରୁ ଲିଙ୍ଗରାଜ ମନ୍ଦିରର ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟିଂ ପରୀକ୍ଷା ଆରମ୍ଭ ହୋଇଛି । ମନ୍ଦିରର ବହୁ ପ୍ରତୀକ୍ଷିତ ରୀତିନୀତିର ସୁଗମ ଆଚରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଗତକାଲି ଅନୁଷ୍ଠିତ ଏକ ସମନ୍ୱୟ ବ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହି ସମନ୍ୱୟ ବୈଠକରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅତିରିକ୍ତ କମିଶନର ଅବନୀ କାନ୍ତ ପଟ୍ଟନାୟକ, ଖୋର୍ଦ୍ଧା ଅତିରିକ୍ତ କଲେକ୍ଟର ପ୍ରଫୁଲ୍ଲ କୁମାର ସ୍ବାଇଁ ଏବଂ ବିଭିନ୍ନ ନିଯୋଗର ସେବାୟତ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *