ବାରାଣସୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶିବ ତାଣ୍ଡବ ପାଠ କଲେ ୧୦୦୦ ମହିଳା –

ବାରାଣସୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶିବ ତାଣ୍ଡବ ପାଠ କଲେ ୧୦୦୦ ମହିଳା –

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖ ଦିନ ଦେଶର ଅନ୍ୟତମ ଆଧ୍ୟାତ୍ମିକ ନଗରୀ ‘ବାରାଣସୀ’ରେ ମହିଳାଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ବାରାଣସୀର ବହୁଚର୍ଚ୍ଚିତ ଅସୀ ଘାଟରେ ଏକ ହଜାରରୁ ଅଧିକ ମହିଳା ଓ ଯୁବତୀ ହାତରେ ଦୀପ ଧରି ଶିବ ତାଣ୍ଡବ ପାଠ କରିଛନ୍ତି । 

ଶିବ ତାଣ୍ଡବ ପାଠ ସମୟରେ ମହିଳାମାନେ ଗଙ୍ଗା ନଦୀ କୂଳରେ ଫେସଶିଲ୍ଡ ଲଗାଇ କରୋନା ଭାଇରସରୁ ବର୍ତ୍ତିବା ଲାଗି ମଧ୍ୟ ବାର୍ତ୍ତା ଦେଇଛନ୍ତି । ଏହି ସମୟରେ ସମସ୍ତ ମହିଳାମାନେ ଶାଢ଼ୀ ପିନ୍ଧିଥିଲେ ଓ ହାତରେ ଦୀପ ଧରିଥିଲେ । ଯେଉଁମାନେ ଏହି ଦୃଶ୍ୟ ଦେଖିଥିଲେ ନିଜକୁ ଧନ୍ୟ ମନେ କରିଥିଲେ । 

ସବୁଠାରୁ ବଡ଼ କଥା ହେଲା ଯେ, ଶିବ ତାଣ୍ଡବ ପାଠରେ ଯୋଗଦେବା ପାଇଁ ସମସ୍ତ ମହିଳା ଭିନ୍ନ ଭିନ୍ନ ୧୪ଟି ରାଜ୍ୟ (ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଦିଲ୍ଲୀ ଆଦି)ରୁ ବାରାଣସୀ ପହଂଚିଥିଲେ । ୮୦ଟି ପାହାଚରେ ଛିଡ଼ା ହୋଇ ଦୀପ ଧରିଥିଲେ । ଏକହୋଇ ଶିବ ତାଣ୍ଡବ ଗାନ ମଧ୍ୟ କରିଥିଲେ । ମୁମ୍ବାଇର ଫାଉଣ୍ଡେଶନ ଫର ହୋଲିଷ୍ଟିକ ଡଭଲପମେଣ୍ଟ ଇନ ଏକାଡେମିକ ଫିଲ୍ଡ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

Leave a Reply

Your email address will not be published. Required fields are marked *