ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ଅଫିସର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ହୋଇଛି । ସହକାରୀ ଯନ୍ତ୍ରୀ ଜଣକ ହେଲେ ପର୍ଶୁରାମ ନାଏକ । ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ପାଇଁ ଏକକାଳୀନ ୩ଟି ସ୍ଥାନରେ ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ ଚଢାଉ କରିଛି । ପର୍ଶୁରାମଙ୍କ ସୁନ୍ଦରଗଡ଼ ଟାଉନର ରଙ୍ଗାଢ଼ିପରେ ଥିବା ତିନି ମହଲା କୋଠା, ପୈତୃକ ଗାଁ ଲେଫ୍ରିପଡ଼ା, ବରଗାଁଓ ସ୍ଥିତ ସରକାରୀ ଅଫିସ ଚାମ୍ପରରେ ଚଢ଼ାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇନାହିଁ ।
