ଲିଭୁନି ନିଆଁ ଶିମିଳିପାଳ ଜଙ୍ଗଲରେ, ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା

ଲିଭୁନି ନିଆଁ ଶିମିଳିପାଳ ଜଙ୍ଗଲରେ, ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା

ମୟୂରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଲିଭୁନି ନିଆଁ  । ଆଜି ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ ଗୋଟି ବିଟ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି  । ସାଟେଲାଇଟ ରିପୋର୍ଟରୁ ଏନେଇ ସୂଚନା ମିଳିଛି  । ଶିମିଳିପାଳର ବରେହିପାଣି ରେଞ୍ଜରେ ୩ଟି ବିଟ,ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି,ତାଲବନ୍ଧ ରେଞ୍ଜରେ ୨ଟି,କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି ,ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ ଅଞ୍ଚଳରେ ନିଆଁ ଲାଗିଛି  । ସମୁଦାୟ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ସାଟେଲାଇଟ ରିପୋର୍ଟରୁ ଜଣାପଡିଛି  । ନିଆଁ ଲିଭାଇବା ପାଇଁ ବନବିଭାଗ ସହ  ୪ଟି ଅଗ୍ନିଶମ ବିଭାଗର ଟିମ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ଜଣାପଡିଛି  । ନିଆଁ ଲିଭାଇବା ପାଇଁ ଆଜି ବାଲେଶ୍ୱରରୁ ଗୋଟିଏ ୨୬ ଜଣିଆ ଓଡ୍ରାଫ୍ ଟିମ ମଧ୍ୟ ନିୟୋଜିତ ହୋଇଛନ୍ତି  ।

Leave a Reply

Your email address will not be published. Required fields are marked *