ବଦଳିଲେ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ

ବଦଳିଲେ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ

ଆଇପିଏସ୍ କ୍ୟାଡରରେ ହୋଇଥିବା ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର । ଆଜି ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ପାଇଁ ପୋଲିସ କମିଶନର ଭାବେ ନିଯୁକ୍ତ ମିଳିଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସୁଧାଂଶୁ ଶେଖର ଷଡଙ୍ଗୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଶାଖାରେ ଅତିରିକ୍ତ ଡିଜି ଭାବରେ କାର୍ଯ୍ୟ କରୁଥିଲେ।

ଗୃହ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଶେଖର ଷଡଙ୍ଗୀଙ୍କୁ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ (ଓପିଏଚ୍ ଆଣ୍ଡ ଡବ୍ଲୁସି) ର ସିଏମଡି ଭାବରେ ସ୍ଥାନାନ୍ତର କରାଯାଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ଏମ୍ ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସେସ୍, ସି.ଜି., ହୋମଗାର୍ଡ ଓ ଡିଫେନ୍ସ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବରୁ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସିଏମଡି ଭାବରେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *