ଆଜି ଇଂଲଣ୍ଡ ଲିଜେଣ୍ଡକୁ ଭେଟିବ ଭାରତୀୟ ଲିଜେଣ୍ଡରୋଡ଼ ସେଫଟି ୱାର୍ଲଡ ସିରିଜ ୨୦୨୧ ର ଆଜିର ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡକୁ ଭେଟିବେ ଭାରତୀୟ ଲିଜେଣ୍ଡ । ଏହି ମ୍ୟାଚ ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡିଅମରେ ଅନୁଷ୍ଠିତ ହେବ. ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ ହାରି ନାହାନ୍ତି. ତିନୋଟି ମ୍ୟାଚରୁ ତିନୋଟି ଯାକ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ଭାରତ. ଏହି ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଉଭୟ ଦେଶର ଖେଳାଳି ନଜର ଆସିବେ । ଲୋକ ମାନଂକୁ ରାସ୍ତା ସମ୍ବଧରେ ସଚେତନ କରିବାକୁ ଏହି ଟୁର୍ନାମେଣ୍ଟ ଖେଳାଯାଉଛି ।


