ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଆହତ ନେଇ ତୃଣମୂଳ କଂଗ୍ରେସର ନେତାମାନେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ପଶ୍ଚିମବଙ୍ଗର ମନ୍ତ୍ରୀ ପାଥଁ ଚାଟାର୍ଜୀ କହିଛନ୍ତି ଯେ, ସେମାନେ ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗଙ୍କ ପାଖକୁ ଯିବେ ।
ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ଏକ୍ସରେ କରାଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଡାକ୍ତର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ହସ୍ପିଟାଲର ଉଡବର୍ଣ୍ଣ ୱାର୍ଡର ସ୍ୱତନ୍ତ୍ର କ୍ୟାବିନ ନଂମ୍ବର ୧୨.୫କୁ ନିଆଯାଇଛି । ସେଠାରେ ସ୍ୱୟଂଚାଳିତ ଏକ୍ସରେ ମେସିନରେ ଏକ୍ସରେ କରାଗଲା ।
ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଏହି ପରିସରର ବାଙ୍ଗୁର ଇଷ୍ଟିଚ୍ୟୁଟ ଅଫ ନ୍ୟୁରୋସାଇସେଜରେ ଏମଆରଆଇ ଲାଗି ନିଆଯାଇଛି । ବାନାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହିତ ଜଡ଼ିତ ଜଣେ ଡାକ୍ତର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବାମ ଗୋଡ଼ର ଏକ୍ସରେ କରାଯାଇଛି । ସେ କେତେ ଆଘାତ ପାଇଛନ୍ତି, ତାହା ଜଣାପଡ଼ିବା ପରେ ଅଧିକ ଚିକିତ୍ସା ପାଇଁ ପଦକ୍ଷେପ ନିଆଯିବ । ସେ କହିଛନ୍ତି ଯେ, ଏମଆରଆଇ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯିବ ।
