ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ନବୀନ ମମତାଙ୍କ ଶୀଘ୍ର ସୁସ୍ଥ ହେବା ସହିତ ଆରୋଗ୍ୟ କାମନା କରିଛନ୍ତି । ବର୍ତମାନ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଯାହାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି ।

ଗତ କାଲି ନିର୍ବଚନ ରାଲି ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ଆହାତ ହୋଇଥିଲେ ଏହାପରେ ତାଙ୍କୁ ସଙ୍ଗେସଙ୍ଗେ କୋଲକାତାର ଏସଏସକେମ୍ ହସ୍ପିଟାଲ କୁ ନିଆଯାଇଥିଲା ଓ ବର୍ତମାନର ସୂଚନା ଅନୁଯାଇ ଆଜି ମମତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ଏସଏସକେମ୍ ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି ଯେଉଁଥିରେ ମମତାଙ୍କ ପାଦ, କାନ୍ଧ ଓ ବେକରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *