ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –

ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –

ଏପ୍ରିଲ ମାସରୁ ଆଉ ରବିବାର ହେବନାହିଁ କ୍ଲାସ  । କେବଳ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ।

ବର୍ତ୍ତମାନ ପ୍ରଚଣ୍ଡ ଖରା ଯୋଗୁଁ ସକାଳୁଆ ସ୍କୁଲ ଚାଲିଛି  । ନବମ ଓ ଦଶମ ପିଲାଙ୍କର ସକାଳୁଆ ସ୍କୁଲରେ କ୍ଲାସରୁମ ପାଠପଢା ଚାଲିଛି  । ପ୍ରାୟତଃ କୋର୍ସ ଶେଷ ହୋଇଆସିଲାଣି । ରେଗୁଲାର କ୍ଲାସର ଆବଶ୍ୟକତା ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ । ଏପ୍ରିଲରୁ ରିଭିଜନ କ୍ଲାସ ହେବା ବେଳେ ରବିବାର କ୍ଲାସ ଆଉ ହେବନି। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ ରେ ଏବେ ଧୀରେ ଧୀରେ କମିବାକୁ ଲାଗିଲାଣି । ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି । ଏହା ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ।

Leave a Reply

Your email address will not be published. Required fields are marked *