ଧାନକିଣାରେ ଅନିୟିତତା ନେଇ ତାତିଲେ ଚାଷୀ । ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି । ଏହାର ପ୍ରତିବାଦରେ ରାଜପଥ ଉପରେ ଧାନ ଢାଳି ରାସ୍ତାରୋକ କଲେ ଚାଷୀ ।
ଭଦ୍ରକ ଆନନ୍ଦପୁରରେ ଦୀର୍ଘ ଦିନ ହେବ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଦେଖାଦେଉଛି । ଟୋକନ ବ୍ୟବସ୍ଥାରେ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ଧାନକିଣାର ସମାଧାନ ନ ହେବାରୁ 53 ନଂ ରାଜ୍ୟ ରାଜପଥ ଉପରେ ଚାଷୀ ଧାନ ଢାଳି ରାସ୍ତାରୋକ କରିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛି । ଚାଷୀଙ୍କ କହିବାନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି । ସେବା ସମବାୟ ସମିତି ଧାନ କିଣୁନାହଁ । ଦଲାଲଙ୍କ ଠାରୁ ସମବାୟ ସମିତି ଠାରୁ ଧାନ କିଣୁଛନ୍ତି , କିନ୍ତୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି ।
ଧାନକିଣାରେ ଅନିୟିତତାକୁ ବିରୋଧ କରି ଚାଷୀମାନେ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି । ଯାତାୟାତ ବାଧା ପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ଵରେ ଗାଡିଗୁଡିକ ଅଟକି ରହିଛି । ରାସ୍ତା ଅବରୋଧ ଥିବାରୁ ଯାତ୍ରୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।


