ରାଜ୍ୟରେ ଦିନକୁ ଦିନ ବ୍ରାଉନ୍ ସୁଗରର କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ବର ଏସ୍.ଟି.ଏଫ୍ର ୪ ଜଣିଆ ଟିମ୍ ଚଢାଉ କରି ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଅଧିକ ହେବ । ଏହି ଘଟଣାରେ ଜଣକୁ ଗିରଫ କରିଛି ଭୁବନେଶ୍ବର ଏସ୍.ଟି.ଏଫ୍
ସୂଚନାଯୋଗ୍ୟ ଯେ, ବ୍ରାଉନସୁଗାର କାରବାର ନେଇ ଖବର ପାଇବା ପରେ ଭୁବନେଶ୍ବର ଏସ୍.ଟି.ଏଫ୍ ଟିମ୍ ୨ ଦିନ ଧରି ଜଳେଶ୍ବର ଅଞ୍ଚଳରେ ଡେରା ପକାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏସ୍.ଟି.ଏଫ୍ ଟିମ୍ ଜଳେଶ୍ବର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ମାଫିଆକୁ ଗିରଫ କରିବା ସହ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛି ।


