ପ୍ଳାଷ୍ଟିକ୍ ପାର୍କ ପାରାଦୀପରେ ନିର୍ମାଣ ହେବ, ଇଣ୍ଡିଆନ୍ ଅଏଲ୍ ଓ ଇଡକୋ ମଧ୍ୟରେ MOU ସ୍ୱାକ୍ଷରିତ-

ପ୍ଳାଷ୍ଟିକ୍ ପାର୍କ ପାରାଦୀପରେ ନିର୍ମାଣ ହେବ, ଇଣ୍ଡିଆନ୍ ଅଏଲ୍ ଓ ଇଡକୋ ମଧ୍ୟରେ MOU ସ୍ୱାକ୍ଷରିତ-

ପାରାଦୀପରେ ନିର୍ମାଣ ହେବ ପ୍ଳାଷ୍ଟିକ୍ ପାର୍କ । ଏଥିପାଇଁ ଆଜି ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟେରେ ଏକ ଏମଓୟୁ ସ୍‌ବାକ୍ଷରିତ ହୋଇଛି । ଆଜି ଏକ ଭର୍ଚୁଆଲମିଟିଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପାରାଦୀପ ପ୍ଳାଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଏମଓୟୁ ବା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

୧୨୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ଳାଷ୍ଟିକ୍ ପାର୍କ ପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ପାର୍କ ନିର୍ମାଣ ପ୍ଳାଷ୍ଟିକ୍ ୱେଷ୍ଟେଜ୍ ହ୍ରାସ ସହିତ ମେକ୍ ଇନ୍ ଇଣ୍ଡିଆକୁ ମଧ୍ୟ ପ୍ରୋତ୍ସାହନ ଦେବ ଏହି ପ୍ଳାଷ୍ଟିକ୍ ପାର୍କ । ଡାଉନଷ୍ଟ୍ରିମ୍ ପ୍ଳାଷ୍ଟିକ୍ ଶିଳ୍ପ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୋଔଶଳରେ ନିର୍ମିତ ହେବ ଏହି ପାର୍କ । ଓଡ଼ିଶାର ସାମାଜିକ ଓ ଅର୍ଥନୌତିକ ବିକାଶ ସହିତ ନିୟୁକ୍ତି ସୃଷ୍ଟି କରିବାକୁ ଯାଉଛି ପାରାଦୀପର ପ୍ଳାଷ୍ଟିକ୍ ପାର୍କ । 

Leave a Reply

Your email address will not be published. Required fields are marked *