ଜାମିନ ବିହୀନ ପରୱାନା ବିରୋଧରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅଭିଯାନ। ଏହା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ରେ ଶେଷ ହେବ। ତେବେ କେବଳ ୭ ତାରିଖରୁ ୯ମଧ୍ୟରେ ଏହି ଅଭିଯାନ ଜରିଆରେ ୯୭୩ ଜଣଙ୍କୁ ଗିରଫ କରାଯାଇଛି।
ସେଥିମଧ୍ୟରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର ଓ ସେସନ୍ ଟ୍ରାଏଲ୍ ମାମଲାର ଗିରଫ ଓ କୋର୍ଟ ଚାଲାଣ କରାଯାଇଛି। ଏହି ତିନି ଦିନ ମଧ୍ୟରେ ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ାରୁ ଅଧିକ ସଂଖ୍ୟାରେ ଅପରାଧୀଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
