ଶିମିଳିପାଳରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ ସଦସ୍ୟ ପହଂଚିଛନ୍ତି । କେନ୍ଦ୍ରୀୟ ଟିମରେ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟିର ଆଇଜି ସଦସ୍ୟ ଅମିତ୍ ମଲିକ ଅଛନ୍ତି ।
ଟିମ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ । ଶିମିଳିପାଳ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି ।
